ଶିରିଡ଼ି ଯାତ୍ରା | Shirdi Journey | Part- 17



ଯେ କୌଣସି ବ୍ୟକ୍ତି ଶିରିଡ଼ି ଯାଉଥିଲା ଶିରିଡ଼ି ଛାଡ଼ିବା ପୂର୍ବରୁ ତା’କୁ ବାବାଙ୍କ ଅନୁମତି ନେବାକୁ ପଡୁଥିଲା । ଭୋଜନ ପାଇଁ ମଧ୍ୟ ବେଳେ ବେଳେ ବାବା ତାଙ୍କର ଭକ୍ତମାନଙ୍କୁ ପ୍ରଥମେ ଭୋଜନ କରିବାକୁ କହୁଥିଲେ ଏବଂ ଏହାପରେ ଆରତୀ ହେଉଥିଲା । ଏହାଯୋଗୁଁ ବେଳେବେଳେ ଆରତୀ ସମୟ ଗଡ଼ି ଯାଉଥିଲା । କେବେ କେବେ ଭକ୍ତ ବାବାଙ୍କୁ ଫଳ ଓ ଓ ଅନ୍ୟାନ୍ୟ ଭୋଜନ ଦ୍ରବ୍ୟ ପଠାଇ ଅପେକ୍ଷା କରୁଥିଲେ ବାବା ଗ୍ରହଣ ନକରିବା ପର୍ଯ୍ୟନ୍ତ ସେମାନେ ଭୋଜନ କରୁନଥିଲେ । ଏହିପ୍ରକାର କେତେକ ଅନୁଭବ ନିମ୍ନରେ ଦିଆଗଲା ।

( କ )  ଥରେ ଜଣେ ଭକ୍ତ ତାର ମିତ୍ର ହାତରେ କଦଳୀ ଫେଣା ବାବାଙ୍କ ପାଖକୁ ପଠାଇଲା ଏବଂ ଏହା ମଧ୍ୟ କହିଲା ବାବା ତାର ହାତରୁ କଦଳୀ ଗ୍ରହଣ କରି ଭୋଜନ କଲାପରେ ତା ’ ପାଖକୁ ଟେଲିଗ୍ରାମ କରି ପଠାଇବା ପରେ ଯାଇ ସେ ତାର ଭୋଜନ ଗ୍ରହଣ କରିବ । ନହେଲେ ଭୋଜନ ଗ୍ରହଣ କରିବ ନାହିଁ । ଶିରିଡ଼ି ପହଞ୍ଚିବା ପରେ ସାଙ୍ଗଟି ବାବାଙ୍କୁ କଦଳୀ ଫେଣାଟି ଦେଇଦେଲା । କିନ୍ତୁ ସାଙ୍ଗ ପାଖକୁ ଟେଲିଗ୍ରାମ କରିବାକୁ ଭୁଲିଗଲା । ଏହାଦେଖି ବାବା ସାଙ୍ଗଟିକୁ କହିଲେ “ ଶୁଣ ! ଏହି କଦଳୀ ଫେଣାରୁ ଗୋଟିଏ କଦଳୀ କାଢ଼ି କରି ଦିଅ ଓ ବନ୍ଧୁଙ୍କୁ ତୁରନ୍ତ ଟେଲିଗ୍ରାମ କର ଯେ ବାବା ପୁରା କଦଳୀ ଫେଣା ଖାଇଦେଲେ । ଏହା ଜାଣିଲେ ସେ ତାର ଖାଇବା ଖାଇବ  ' । ଏଥିରୁ ଜଣାଯାଉଛି ବାବା ସର୍ବଦ୍ରଷ୍ଟା ଥିଲେ ଓ ଭକ୍ତମାନଙ୍କ ଅନ୍ତରକଥା ଜାଣି ସେହି ଅନୁସାରେ ଆଦେଶ ଦେଉଥିଲେ । ଏହି କଥାରୁ ଆମେ ଜାଣୁଛେ ବାବା କହିଥିଲେ "ମୁଁ ମୋର ଭକ୍ତମାନଙ୍କର ଶୁଦ୍ଧ ଅନ୍ତରର କୋଣରୁ ପ୍ରକାଶ ହେଉଥିବା ଭକ୍ତିଭାବ ଦ୍ଵାରା ଅର୍ପଣ କରୁଥିବା ପତ୍ର , ଫୁଲ , ପାଣି , ଫଳ ଖୁସିର ସହ ଗ୍ରହଣ କରିଥାଏ । ' '

( ଖ ) ଶିରିଡ଼ିକୁ ଯେଉଁ ଭକ୍ତମାନେ ଯାଉଥିଲେ ବାବାଙ୍କ ଆଜ୍ଞାବିନା ସେଠାରୁ ଫେରୁନଥିଲେ । ଥରେ ଜଣେ ଧନୀବ୍ୟକ୍ତି ଗୋଟିଏ ପିଲାକୁ ପୋଷ୍ୟପୁତ୍ର ଭାବେ ଗ୍ରହଣ କଲା ଏବଂ ପିଲାଟକୁ ନେଇ ବାବାଙ୍କୁ ଦର୍ଶନ କରିବାକୁ ଶିରିଡ଼ି ଗଲା ଏବଂ ପିଲାଟି ବହୁତ କଷ୍ଟରେ ତାର ପିତାଙ୍କ ସଙ୍ଗରେ ବାବାଙ୍କ ସାମନାରେ ବସିଲା । ପିଲାଟିକୁ ସେହି ଜାଗା ଭଲ ଲାଗୁନଥିଲା ତେଣୁ କିପରି ଲୁଚିକରି ପଳେଇବ ଠିକ୍ କଲା । ବାବା ତ ଅନ୍ତର୍ଯ୍ୟାମୀ ସେ ପିଲାଟିକୁ ଜଣେଇବା ଭଳି ଢଙ୍ଗରେ କହିଲେ “ କେହି ମୋର ଆଜ୍ଞାବିନା ଶିରିଡ଼ି ଛାଡ଼ିକରି ଯିବନି । ” ଏହା ଶୁଣି ପିଲାଟି ସଙ୍ଗେ ସଙ୍ଗେ ଡରିକରି ଶିରିଡ଼ି ଛାଡ଼ିବା ଚିନ୍ତା ତ୍ୟାଗ କଲା ।

( ଗ ) ଶ୍ରୀବିଠଲ ବୈଦ୍ୟ ନାମକ ଜଣେ ରେଳ କର୍ମଚାରୀ ଥିଲେ । ବାବାଙ୍କୁ ଦର୍ଶନ କରିବା ପାଇଁ ସେ ଶିରିଡ଼ି ଗଲେ ଏବଂ ସେଠାରେ ଅଳ୍ପ ସମୟ ରହି ପୁଣି ଷ୍ଟେସନ୍ ଫେରିବାକୁ ମନସ୍ଥ କରିଥିଲେ ପରନ୍ତୁ ବାବା ତାଙ୍କୁ ସେଠାରେ ଚାରି ପାଞ୍ଚ ଘଣ୍ଟା ଅଧିକ ସମୟ ଅଟକାଇ ଦେଲେ ଏବଂ କହିଲେ "ଅଭି ମତ ଯାଓ"  ( ଏବେ ଯାଅ ନାହିଁ ) । ପାଞ୍ଚଘଣ୍ଟା ପରେ ବାବା ତାଙ୍କୁ ଯିବା ପାଇଁ ଆଦେଶ ଦେଲେ । ଶ୍ରୀବୈଦ୍ୟ ତାଙ୍କର ଅନ୍ୟ ସାଥୀଙ୍କୁ କହିଲେ ବର୍ତ୍ତମାନ ଗଲେ ଆଉ ଟ୍ରେନ୍ ପାଇବେନି । କାରଣ ସେ ଯେଉଁ ଟ୍ରେନ୍‌ରେ ଯିବାକଥା ତାହାର ନିର୍ଦ୍ଧାରିତ ସମୟର ଚାରି ପାଞ୍ଚ ଘଣ୍ଟା ପୂର୍ବରୁ ଥିଲା । କିନ୍ତୁ ତାଙ୍କର ବନ୍ଧୁ କହିଲେ "ବାବାଙ୍କ ଆଜ୍ଞା ପାଳନ କରିବା ଉଚିତ୍ ।” ତେଣୁ ସେ ଷ୍ଟେସନ ଗଲେ ଓ ଦେଖିଲେ ଟ୍ରେନ୍‌ଟି ସେଦିନ ପାଞ୍ଚଘଣ୍ଟା ଡେରି କରିଛି । ଶ୍ରୀବୈଦ୍ୟ ଷ୍ଟେସନକୁ ଆସିବା ପରେ ଟ୍ରେନ୍‌ଟି ଆସିଲା ଓ ବିଠଲ ବୈଦ୍ୟ ସେଥିରେ ଗଲେ ଓ ବାବାଙ୍କ କଥାର ଅର୍ଥ ସେତେବେଳେ ସେ ହୃଦୟଙ୍ଗମ କଲେ ।

( ଘ )  ଥରେ ବାନ୍ଦ୍ରାରେ ରହୁଥିବା ଶ୍ରୀ ବାଳକୃଷ୍ଣ ବୈଦ୍ୟ ନିଜ ପରିବାର ସହ ଶିରିଡ଼ି ଗଲେ । ସେଠାରେ ଚାରି ପାଞ୍ଚଦିନ ରହିବା ପରେ ବାବା ତାଙ୍କୁ ଯିବାପାଇଁ ଆଜ୍ଞା ଦେଲେ । ସେମାନେ ଷ୍ଟେସନରେ ପହଞ୍ଚିବା ବେଳକୁ ଗାଡ଼ିଟି ଚାଲିଯାଇଥିଲା । ତେଣୁ ସେମାନଙ୍କୁ ରାତିରେ ଷ୍ଟେସନରେ କଟେଇବାକୁ ପଡ଼ିଲା ଏହା ଦେଖି ଶ୍ରୀ ବାଳକୃଷ୍ଣ ଭାବିଲେ ଯଦି ବାବା ତାଙ୍କୁ କିଛି ସମୟ ଆଗରୁ ଛାଡ଼ି ଦେଇଥାନ୍ତେ ତେବେ ସେମାନେ ଏତେ ହଇରାଣ ହୋଇନଥାନ୍ତେ । କିନ୍ତୁ ତାପରଦିନ ଖବର ମିଳିଲା ପୂର୍ବଦିନ ଯେଉଁ ଗାଡ଼ିରେ ସେମାନେ ଯାଇପାରିନଥିଲେ ସେଇଟି ଆଉ ଗୋଟିଏ ଟ୍ରେନ୍ ସାଙ୍ଗରେ ଧକ୍କା ହୋଇଯାଇଛି । ବାବା ତ୍ରିକାଳଦର୍ଶୀ ଥିଲେ ତେଣୁ ବାଳକୃଷ୍ଣକୁ ନିର୍ଦ୍ଧାରିତ ସମୟରେ ଯିବାପାଇଁ ଆଦେଶ ଦେଇନଥିଲେ ଏହାଦ୍ବାରା ସେ ଗୋଟିଏ ବଡ଼ ଦୁର୍ଘଟଣାରୁ ବଞ୍ଚିଯାଇଥିଲେ ।

             ଆଜି ବି ଯଦିଓ ବାବାଙ୍କ ଯିବାର ବହୁତ ବର୍ଷ ବିତିଗଲାଣି , ତଥାପି ବାବା ତାଙ୍କର ଯେଉଁ ଭକ୍ତମାନେ ଶିରିଡ଼ିକୁ ତାଙ୍କୁ ଦର୍ଶନ କରିବାକୁ ଆସୁଛନ୍ତି ସେମାନଙ୍କର ଘରକୁ ଫେରିବା ପର୍ଯ୍ୟନ୍ତ ସବୁ ଦାୟିତ୍ବ ପରୋକ୍ଷରେ ନେଉଛନ୍ତି । 
                   

     ଓଁ ସାଇ ଶ୍ରୀ ସାଇ ଜୟ ଜୟ ସାଇ

Getting Info...

2 comments

  1. Hi
  2. Diwali story
Oops!
It seems there is something wrong with your internet connection. Please connect to the internet and start browsing again.
AdBlock Detected!
We have detected that you are using adblocking plugin in your browser.
The revenue we earn by the advertisements is used to manage this website, we request you to whitelist our website in your adblocking plugin.
Site is Blocked
Sorry! This site is not available in your country.